ରାଜ୍ୟ ନିର୍ବାଚନ କମିସନଙ୍କ ନିର୍ଦେଶ, ସରକାରୀ ଅଫିସରୁ ହଟିବ ପୋଷ୍ଟର

ଭୁବନେଶ୍ୱର, ୧୨/୧: ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ରାଜନୀତି ମହଲରେ ସରଗରମ ହେବାରେ ଲାଗିଛି। ଏହାରିମଧ୍ୟରେ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରୁ ସରକାରୀ ଅଫିସରୁ ନେତା, ମନ୍ତ୍ରୀ ଏବଂ ସରକାରୀ ଯୋଜନାର ପୋଷ୍ଟର ବ୍ୟାନର ହଟାଇବାକୁ ରାଜ୍ୟ ନିର୍ବାଚନ କମିସନ ନିର୍ଦେଶ ଦେଇଛନ୍ତି। ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ। ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।