ରାଜ୍ୟରେ ପୁଣି ଆଜି ଆଉ ୬୭ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୧୨/୧: ରାଜ୍ୟରେ ଏବେ ଘାରିଛି ଓମିକ୍ରନ ଭୟ। ଏହାସହ ଦ୍ରୁତଗତିରେ ବଢିଚାଲିଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଏହାରିମଧ୍ୟରେ ରାଜ୍ୟରେ ପୁଣି ଆଜି ଆଉ ୬୭ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଆଇଏଲଏସ୍ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ ରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ ଗତ କିଛିଦିନ ହେବ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଓମିକ୍ରନ୍ ପାଇଁ ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ନେଇ ସନ୍ଦେହ କରାଯାଉଛି।