ପୂର୍ବତନ ARCSଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର, ୧୨/୧: ପୂର୍ବତନ ARCS(ଅତିରିକ୍ତ ରେଜିଷ୍ଟ୍ରାର କୋଅପରେଟିଭ ସୋସାଇଟି) ରାଜକିଶୋର ପରିଡାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରାଯାଇଛି। ତାଙ୍କର ବ୍ରହ୍ମଗିରିରେ ଥିବା ଖଟପିରିଙ୍ଗି ପୈତୃକ ବାସଭବନରେ ଭିଜିଲାନ୍ସର ଚଢ଼ାଉ ହୋଇଛି। ପୁରୀ ଓ ଭୁବନେଶ୍ବର ସମେତ ୫ଟି ସ୍ଥାନରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି।