କିପରି କଟିବ ଆଜି ଆପଣଙ୍କ ଦିନ: ୧୨/୧/୨୦୨୨

ମେଷ:ରାଜନୀତିରେ ଉନ୍ନତି, ବିଦ୍ୟାରେ ଉନ୍ନତି, ଖେଳରେ ବିଜୟୀ ହେବେ । ଗାଯୋଗରେ ଲାଭ ମିଳିବ । ପାରିବାରିକ କ୍ଷେତ୍ରରେ ସ୍ଥିରତା ଦେଖାଦେବ । କର୍ମକ୍ଷେତ୍ର ସୁଦୃଢ଼ ହେବା ସହ ଆଶା ପୂରଣ ହେବ ।

ବୃଷ:ମନୋରଂଜନ କାର୍ଯ୍ୟରେ ସମୟ କଟିବ । ବାଦବିବାଦ ପରୀକ୍ଷା, ପ୍ରତିଯୋଗିତା ଓ ମାଲିମକଦ୍ଦମାର ଅବସାନ ହେବ । ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ ।

ମିଥୁନ:ଆୟର ମାର୍ଗ ପ୍ରଶସ୍ତ ହେବ । ଉଚ୍ଚ ସମ୍ଭାବନାର ଆଶା ଓ ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ । ନୂତନ କର୍ମ ଓ ବ୍ୟବସାୟ ପାଇଁ ଚେଷ୍ଟିତ ହେବେ । ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ ।

କର୍କଟ:ସହକର୍ମୀ ମାନଙ୍କର ସମର୍ଥନ ଓ ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ଏବଂ ସୁନାମ ଅର୍ଜନ କରିବେ । ପରିବାରରେ ଆନନ୍ଦ ଲହରୀ ଖେଳିଯିବ । ମିତ୍ର, ଭାଇ ଓ ବନ୍ଧୁମାନେ ସହଯୋଗ କରିବେ ।

ସିଂହ:ଅନେକ ସମସ୍ୟା ସମାଧାନ କରି ଶାନ୍ତି ପାଇବେ । ବାହାନ କ୍ରୟ ବିକ୍ରୟ କରି ପାରନ୍ତି । ଉଚ୍ଚପଦସ୍ଥ କର୍ମକର୍ତ୍ତାମାନଙ୍କର କର୍ମଉପରେ ନଜର ପଡ଼ିପାରେ । ଗୃହସମସ୍ୟା ସମାଧାନ ହେବ । ଅଟକିଥିବା କାର୍ଯ୍ୟ ପୂରଣ ହେବ ।

କନ୍ୟା:ସହକର୍ମୀମାନଙ୍କ ସହ ବାଦବିବାଦର ଅବସାନ ଘଟିବ । ପରିବାରର ମାମଲା ଘରୋଇ ସମସ୍ୟାର ସମାଧାନ ହେବ । ବିଭିନ୍ନଦିଗରୁ ସାହାଯ୍ୟ ସହଯୋଗ ମିଳିବ । ପରିଶ୍ରମଦ୍ୱାରା କାର୍ଯ୍ୟ ସଫଳ ହେବ ।

ତୁଳା:ସାମାଜିକ କାର୍ଯ୍ୟରେ ଭାଗ ନେବେ । ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ । ଭାଇ ଓ ମିତ୍ରଙ୍କଠାରୁ ସହଯୋଗ ପାଇବେ । ବିରୋଧିମାନେ ଦୂରେଇଯିବେ । ପରିବାରରେ ଖୁସିର ବାତାବରଣ ସୃଷ୍ଟି ହେବ । ଯାନ ବାହନ ସୁଖ ମିଳିବ ।

ବିଛା:ଭୋଗ ବିଳାସ ଓ ଆନନ୍ଦମୟ ମୁହୂର୍ତ୍ତ ସାଙ୍ଗକୁ ସ୍ୱାସ୍ଥ୍ୟକର ପରିବେଶ ଓ ସମ୍ମାନଜନକ ଘଟଣା ଘଟିବ । ମାଲିମୋକଦ୍ଦମା ଓ ପ୍ରତିଦ୍ୱନ୍ଦିତାରେ ସଫଳ ହୋଇ ଆନନ୍ଦିତ ହେବେ । ଉଚ୍ଚ କର୍ମକର୍ତ୍ତାଙ୍କର ସୁଦୃଷ୍ଟି ପ୍ରାପ୍ତି ହେବ । ଗୁରୁଜନ ଓ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବା ସହ ସକ୍ରିୟ ହେବେ ।

ଧନୁ:ସମ୍ପତ୍ତି କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରନ୍ତି । ଉଚ୍ଚ ସମ୍ଭାବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ । ସାମାଜିକ କାର୍ଯ୍ୟରେ ସଫଳତା ଓ ମାନସମ୍ମାନ ବୃଦ୍ଧି ହେବ । ଯାତ୍ରାରେ ଭୋଗ ବିଳାସ ଓ ଆନନ୍ଦମୟ ମୁହୂର୍ତ୍ତ କଟିବ ।

ମକର:ନୂତନ ବନ୍ଧୁଙ୍କୁ ପାଇ ଖୁସୀହେବେ । ରାଜନୀତିରେ ପ୍ରସଂଶା, ଖେଳରେ ବିଜୟୀ ହେବେ । ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ । ବିଦ୍ୟାକ୍ଷେତ୍ରରେ ମନଯୋଗ ଦେଇ ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେବେ ।

କୁମ୍ଭ:ସରକାରୀ ସାହାଯ୍ୟ ମିଳିବାରେ ମନସନ୍ତୁଷ୍ଟ ରହିବ । ବାଣିଜ୍ୟ ଓ ପରିବହନ ବ୍ୟବସାୟ କ୍ଷେତ୍ରରେ ସୁଫଳ ପ୍ରାପ୍ତିହେବ । ଦୂରଯାତ୍ରାର ସୁଯୋଗ ପାଇବେ । କର୍ମକ୍ଷେତ୍ରରେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ଦେଖାଦେବା ଫଳରେ ହସଖୁସିରେ ସମୟ ବିତାଇବେ ।

ମୀନ:ସ୍ୱାସ୍ଥ୍ୟ ଦିଗରୁ ଆଶ୍ଵସ୍ତି ଲାଭ କରିବେ । ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ ଓ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରେ । ପରୀକ୍ଷା ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ । ପରିବାରରେ ସୁଖ ସମ୍ପଦ ପ୍ରାପ୍ତି ହେବ ।