ଆଗାମୀ କିଛି ସପ୍ତାହ ସତର୍କ ରହିବାକୁ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୧/୧: ରାଜ୍ୟରେ ଏବେ କଁ ରୋନା ସ୍ଥିତି ବିଗିଡିବାରେ ଲାଗିଛି । ଏହାରିମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି। କୋଭିଡ ସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ପରେ ସତର୍କ ରହିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ତୃତୀୟ ଲହରରେ କମ ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତଥାପି ସେ ସତର୍କ ରହିବାକୁ ହେବ ବୋଲି କହିଛନ୍ତି। ଅନ୍ୟପଟେ ଟିକାକରଣକୁ ଜୋରଦାର କରିବାକୁ ନିର୍ଦେଶ ଦିଆଯାଇଛି। ଏହାସହ
କୋଭିଡ ନିୟମକୁ କଡ଼ାକଡ଼ି କରିବାକୁ ରାଜ୍ୟ ପୋଲିସକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।