ଇବ୍ ନଦୀ ଉପରେ ୨ଟି ବ୍ୟାରେଜର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୦/୧: ସୁନ୍ଦରଗଡ଼ର କୋପସିଂଘା ଓ କୁଡ଼ାବଗାରେ ଇବ୍ ନଦୀ ଉପରେ ୨ଟି ବ୍ୟାରେଜର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪୯୩ କୋଟି ବ୍ୟୟରେ ଇବ ନଦୀ ଉପରେ ହେବ ୨ଟି ବ୍ୟାରେଜ । ସୁନ୍ଦରଗଡ଼ ପୌରପାଳିକା ସହ ୪୭ ହଜାରରୁ ଉର୍ଦ୍ଧ୍ବ ଲୋକ ଏହାଦ୍ୱାରା ଉପକୃତ ହେବେ। ସେଠାରେ ଜଳସେଚିତ ହେବ ହେକ୍ଟର ହେକ୍ଟର ଚାଷ ଜମି ।