ଆଜି କୋଭିଡ୍‌ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୦/୧: ଦେଶ ଓ ରାଜ୍ୟରେ ଏବେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି କରୋନା। ଏହାରିମଧ୍ୟରେ ଆଜି ଅପରାହ୍ନରେ କୋଭିଡ୍‌ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାଢ଼େ ୫ଟାରେ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିବା ନେଇ ସୂଚନା ରହିଛି। ଏହି ବୈଠକରେ ସ୍ବାସ୍ଥ୍ୟ ବିଭାଗ ଏସିଏସ୍‌ ଆର୍‌. କେ. ଶର୍ମା ଉପସ୍ଥିତ ରହିବେ। ଏହାସହ ସ୍ବାସ୍ଥ୍ୟ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ମାାନେ ମଧ୍ୟ ଉପସ୍ଥିତ ରହିବେ।ସୂଚନାଯୋଗ୍ୟ ଯେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ ସ୍ଥିତି ସମୀକ୍ଷା କରିଥିଲେ।