ଭୁବନେଶ୍ୱରରେ ବଢ଼ିଲା କୋଭିଡ୍ ହସ୍ପିଟାଲ ଓ ଶଯ୍ୟା ସଂଖ୍ୟା

ଭୁବନେଶ୍ୱର, ୯/୧: ରାଜ୍ୟରେ ଏବେ କରୋନା ତାଣ୍ଡବ ଦେଖା ଦେଇଛି। ଏହାରିମଧ୍ୟରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।ଭୁବନେଶ୍ୱରରେ କୋଭିଡ୍ ହସ୍ପିଟାଲ ଓ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଇଛି।
ହାଇଟେକ୍ ଓ କିମ୍‌ସ ହସ୍ପିଟାଲ ସହ BMC ଚୁକ୍ତି ସ୍ୱାକ୍ଷରିତ ହୋଇଛି। ସମ୍ ଓ ଅଶ୍ୱିନୀକୁ ମିଶାଇ କୋଭିଡ ହସ୍ପିଟାଲ ସଂଖ୍ୟା ୪କୁ ବୃଦ୍ଧି ପାଇଛି। କିମ୍‌ସରେ ୫ଶହ ଓ ହାଇଟେକ୍‌ରେ ୧୩୯ କୋଭିଡ୍ ବେଡ୍‌ର ବ୍ୟବସ୍ଥା କରାଯାଇଛି। ଏହାସହ କୋଭିଡ୍ ହସ୍ପିଟାଲ ସଂଖ୍ୟା ୪ ଏବଂ ଶଯ୍ୟା ସଂଖ୍ୟା ୧୬୯୯କୁ ବୃଦ୍ଧି ପାଇଛି । ଅନ୍ୟପଟେ ଆବଶ୍ୟକ ହେଲେ ଆହୁରି କୋଭିଡ୍ ହସ୍ପିଟାଲ ଓ ଶଯ୍ୟା ସଂଖ୍ୟା ବଢାଯିବ କହିଛନ୍ତି BMC କମିନର ସଂଜୟ ସିଂ ।