ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ନେଇ କଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ?

ଭୁବନେଶ୍ୱର, ୯/୧: ରାଜ୍ୟରେ ଏବେ ଲଗାତାର କିଛି ଦିନ ହେବ କରୋନା ର ଅଧିକ କେସ ସାମ୍ନାକୁ ଆସୁଛି। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ସବୁ ରାଜ୍ୟରେ ସଂକ୍ରମଣ ବଢୁଛି ଓ ଓଡ଼ିଶାରେ ମଧ୍ୟ ବଢୁଛି । ଗତ କାଲି ଚିହ୍ନଟ ୧୪ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ଲୋକାଲ କେସ ରହିଛି । ଅନ୍ୟ ୮ ଜଣଙ୍କର ଫରେନ୍ ଟ୍ରାଭେଲ ହିଷ୍ଟ୍ରି ଅଛି । ଅନ୍ୟପଟେ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇଛି । ପ୍ଲାଟୋ ଷ୍ଟେଜକୁ ନଆସିବା ଯାଏଁ ସଂକ୍ରମଣ କେବେ କମିବ କହିହେବନି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।