ବାଜିଲା ନିର୍ବାଚନୀ ବିଗୁଲ୍‌, ୫ ରାଜ୍ୟରେ ହେବ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ, ୮/୧: ବାଜିଲା ନିର୍ବାଚନୀ ବିଗୁଲ୍। ୭ଟି ପର୍ଯ୍ୟାୟରେ  ୫ ରାଜ୍ୟର ୬୯୦ ବିଧାନସଭା ଆସନ ପାଇଁ ନିର୍ବାଚନ ହେବ।ୟୁପିର ୪୦୩, ପଞ୍ଜାବର ୧୭୦, ଉତ୍ତରାଖଣ୍ଡର ୭୦, ମଣିପୁରର ୬୦ ଓ ଗୋଆର ୪୦ଟି ଆସନରେ ଭୋଟ ଗ୍ରହଣ ହେବ। ନିର୍ବାଚନ ପାଇଁ ୨ ଲକ୍ଷ ୧୫ ହଜାର ୩୬୮ ମତଦାନ କେନ୍ଦ୍ର କରାଯାଇଛି ।ମତଦାନ କେନ୍ଦ୍ରରେ କୋଭିଡ ନିୟମ ପାଳନ ସହ ସବୁ ପ୍ରକାର ବ୍ୟବସ୍ଥା କରାଯିବ।ତେବେ ଫେବୃଆରୀ ୧୦ ତାରିଖରୁ ଭୋଟ ଆରମ୍ଭ ହେବାକୁ ଥିବା ବେଳେ ମାର୍ଚ୍ଚ ୧୦ରେ ଭୋଟ ଗଣତି ହେବ । ଏନେଇ ଆଜି ନିର୍ବାଚନ କମିଶନ ସୁଶୀଲ ଚନ୍ଦ୍ର  ସୂଚନା ଦେଇଛନ୍ତି।

ୟୁପିରେ ୭ ଓ ମଣିପୁରରେ ୨ଟି ପର୍ଯ୍ୟାୟରେ ଭୋଟ ହେବ। ସେହିପରି ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ୟୁପିରେ ଫେବ୍ରୁଆରୀ ୧୦ରେ ପ୍ରଥମ ଓ ୧୪ରେ ୨ୟ ପର୍ଯ୍ୟାୟ ଭୋଟ, ଫେବ୍ରୁଆରୀ ୨୦ରେ ୩ୟ, ୨୩ରେ ୪ର୍ଥ, ୨୭ରେ ୫ମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ। ମାର୍ଚ୍ଚ ୩ରେ ଷଷ୍ଠ, ୭ରେ ସପ୍ତମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ। ଅନ୍ୟପଟେ ମଣିପୁରରେ ଫେବ୍ରୁଆରୀ ୨୭ ଓ ମାର୍ଚ୍ଚ ୩ରେ ଭୋଟ୍ ଗ୍ରହଣ ହେବ। ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବରେ ଫେବ୍ରୁଆରୀ ୧୪ରେ ଭୋଟ୍ ଗ୍ରହଣ କରାଯିବ।