ଶ୍ରୀମନ୍ଦିର ଦର୍ଶନ ପରେ ସ୍ବର୍ଗଦ୍ବାରରେ ଶବଦାହ ଉପରେ ଲାଗିଲା କଟକଣା

ଭୁବନେଶ୍ୱର, ୮/୧:ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ପୁଣିଥରେ ବଢ଼ିବାରେ ଲାଗିଛି। ତେଣୁ ପୁରୀ ଜିଲ୍ଲା ବ୍ୟତୀତ ବାହାର ଲୋକଙ୍କ ପାଇଁ ସ୍ବର୍ଗଦ୍ବାରରେ ଶବଦାହ ଉପରେ କଟକଣା ଲାଗୁ କରାଯାଇଛି। ଆସନ୍ତା ୧୦ରୁ କେବଳ ପୁରୀ ଜିଲ୍ଲାବାସୀ ସ୍ବର୍ଗଦ୍ବାରରେ କରିପାରିବେ ଶବଦାହ । ମୃତଦେହ ଅଣକୋଭିଡ ହୋଇଥିଲେ ଶବଦାହ ପାଇଁ ଅନୁମତି ମିିଳିବ । ଏନେଇ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ କୋଭିଡ ପାଇଁ ଗତକାଲି ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ କଟକଣା ଲାଗୁ ହୋଇଥିଲା। ଆସନ୍ତା ୧୦ ରୁ ଜାନୁଆରୀ ୩୧ ଯାଏ ଦର୍ଶନ ବନ୍ଦ ରହିବ।