ଚଳିତ ମାସର ଶେଷ ଦର୍ଶନ, ଆସନ୍ତାକାଲିଠାରୁ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କୁ ନାହିଁ ଅନୁମତି

ଭୁବନେଶ୍ୱର, ୮/୧: ଆସନ୍ତାକାଲିଠାରୁ ଶ୍ରଦ୍ଧାଳୁଙ୍କୁ ଜଗାଦର୍ଶନ କରିବାକୁ ଅନୁମତି ନାହିଁ। ଆଜି ହେଉଛି  ଚଳିତ ମାସର ଶେଷ ଦର୍ଶନ । ତେଣୁ ଆଜି ପୁରୀରେ ପ୍ରବଳ ଭିଡ ହେବାର ସମ୍ଭାବନା ରହିଛି । ଜାନୁଆରୀ ୩୧ ଯାଏଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁମାନେ ଠାକୁରଙ୍କ ଦର୍ଶନ କରିପାରିବେ ନାହିଁ  । ଉଲ୍ଲେଖ ଯୋଗ୍ୟ ଯେ ରାଜ୍ୟରେ ଏବେ ଦିନକୁ ଦିନ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ତେଣୁ ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଛତିଶା ନିଯୋଗ ବୈଠକରେ ଗତକାଲି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ଜାନୁଆରୀ ୧୦ ତାରିଖରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀମନ୍ଦିର ।  ସେବାୟତଙ୍କ ପ୍ରସ୍ତାବକ୍ରମେ ଏନେଇ ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ବନ୍ଦ  ଥିଲେ ମଧ୍ୟ ନୀତିକାନ୍ତି ପୂର୍ବଭଳି ଜାରି ରହିବ ।