NEET-PG କାଉନ୍‌ସେଲିଂ ମାମଲା:ସିଟ୍‌ରେ OBC ପାଇଁ ରହିବ ୨୭% ସଂରକ୍ଷଣ

ଭୁବନେଶ୍ୱର, ୭/୧: ନିଟ-ପିଜି କାଉନ୍‌ସେଲିଂ ମାମଲାରେ ସୁପ୍ରିମ୍‌ କୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି। ପୂର୍ବ ବର୍ଷ ଭଳି ଚଳିତବର୍ଷ ମଧ୍ୟ ନାମଲେଖାରେ ସର୍ବଭାରତୀୟ କୋଟା ସିଟ୍‌ରେ OBC ପାଇଁ ରହିବ ୨୭% ସଂରକ୍ଷଣ। ଆର୍ଥିକ ଦୁର୍ବଳ ଶ୍ରେଣୀ-EWS ପାଇଁ ୧୦% ସଂରକ୍ଷଣ ଥିବା ବେଳେ ୨୦୨୧-୨୨ର MD/MS/MDS ପାଇଁ କାଉନସେଲିଂ ହେବା ନେଇ ସୂଚନା ରହିଛି। ସୂଚନାଯୋଗ୍ୟ ଯେ ଓବିସିଙ୍କୁ ୨୭ ପ୍ରତିଶତ ଓ ଇଡବ୍ଲ୍ୟୁଏସକୁ ୧୦ ପ୍ରତିଶତ ସଂରକ୍ଷଣ ଠିକ୍ ବୋଲି କହିବା ସହ କାଉନସେଲିଂ ଆରମ୍ଭ କରିବା ପାଇଁ ଅନୁମତି ମାଗିଥିଲା କେନ୍ଦ୍ର ।