୪୩୦ କୋଟିର ଭିତ୍ତିଭୂମି ଓ ୩୬୦ କୋଟିର ସୁଜଳ ଯୋଜନା ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୬/୧: ଆଜି  ୪୩୦ କୋଟିର ଭିତ୍ତିଭୂମି ଓ ୩୬୦ କୋଟିର ସୁଜଳ ଯୋଜନାର ଲୋକାର୍ପଣ ହୋଇଛି। ଏହାକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ପୁରୀ ପରେ ସୁଜଳ ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌ ଯୋଜନାରେ ସାମିଲ ହୋଇଛି କଟକ। ୨୦୨୩ ସୁଦ୍ଧା କଟକର ଘରେ ଘରେ ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ। ପାନୀୟ ଜଳ ଯୋଗାଣ ପାଇଁ ୭୯୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟିତ ହୋଇଛି। ୫୫୦ କିମିର ପାଇପ୍‌ଲାଇନ୍‌ ସହ ୩ଟି ଜଳ ବିଶୋଧନ ପ୍ଲାଣ୍ଟ ହେବ। କଟକର ୫୯ଟି ୱାର୍ଡରେ ଟ୍ୟାପ୍‌ରୁ ୨୪ ଘଣ୍ଟା ବିଶୁଦ୍ଧ ପାଣି ମିଳିବ। ଏଥିରେ
ଉପକୃତ ହେବେ ୧.୪ ଲକ୍ଷ ପରିବାରର ୭ ଲକ୍ଷ ଲୋକ।