କରୋନା ପାଇଁ କଟକଣା ବଢ଼ାଇଲେ ସରକାର, ଜାଣନ୍ତୁ କଣ ରହିଛି କୋଭିଡ ଗାଇଡ଼ଲାଇନ

ଭୁବନେଶ୍ୱର, ୫/୧: ରାଜ୍ୟରେ ଏବେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାରିମଧ୍ୟରେ ଆଜି ପୁଣି କରୋନା କଟକଣା ନେଇ SRC ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତି ୯ଟାରୁ
ସକାଳ ୫ଟା ଯାଏଁ ଲାଗୁ ହେବ ନାଇଟ୍ କର୍ଫ୍ୟୁ। ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ। ସେହିପରି ୧୦୦ ଲୋକଙ୍କୁ ନେଇ ବାହାଘର, ବ୍ରତଘର ହେବ।
ମାଟ୍ରିକ୍‌ ଆସେସମେଣ୍ଟ ପରୀକ୍ଷା ଚାଲୁ ରହିବ କିନ୍ତୁ କ୍ଲାସ ବନ୍ଦ ରହିବ । ସମସ୍ତ ସ୍କୁଲ କଲେଜରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ବନ୍ଦ ରହିବ । କ୍ଲାସ ବନ୍ଦ ରହିଲେ ବି ଅନଲାଇନ ପାଠପଢ଼ା ଚାଲୁ ରହିବ ।