ରାଜ୍ୟରେ ଆଉ ୨୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୫/୧: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାସହ ଚିନ୍ତା ବଢ଼ାଉଥିବା ଓମିକ୍ରନ ସଂକ୍ରମଣ ମଧ୍ୟ ବୃଦ୍ଧି ପାଉଛି। ଏହାରିମଧ୍ୟରେ  ରାଜ୍ୟରେ ଆଉ ୨୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ ଜଣଙ୍କ ମଧ୍ୟରେ ୫ ଜଣ ବିଦେଶ ଫେରନ୍ତା ଓ ୧୯ ସ୍ଥାନୀୟ ସଂକ୍ରମଣ  ରହିିଛନ୍ତି। ଏହାସହ ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬୧କୁ ବୃଦ୍ଧି ପାଉଛି। ସୂଚନାଯୋଗ୍ୟ ଯେ  ଜିନମ ସିକ୍ବେନ୍ସିଂ ପାଇଁ ୨୧୮ଟି ନମୁନା ଯାଇଥିବା ବେଳେ ସେଥି ମଧ୍ଯରୁ ୨୪ ନୂଆ ଓମିକ୍ରନକୁ ନେଇ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରିିଛି ILS ।