ମୋଟର ଭେଇକିଲ୍ ଟିକସ ପୈଠ ଅବଧି ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର, ୫/୧: ଏବେ ପୁଣି ଥରେ କରୋନା ମାଡି ବାରେ ଲାଗିଲାଣି। ଏହାରିମଧ୍ୟରେ ମୋଟର ଭେଇକିଲ୍ ଟିକସ ପୈଠ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ୨୦୨୨ ଜାନୁଆରୀ-ମାର୍ଚ୍ଚ କ୍ୱାର୍ଟର ପାଇଁ ପୈଠ ଅବଧି ବୃଦ୍ଧି କରାଯାଇଛି। ଆସନ୍ତା ଫେବ୍ରୁଆରୀ ୨୮ ତାରିଖ ପର୍ଯ୍ୟନ୍ତ ଅବଧି ବୃଦ୍ଧି କରାଯାଇଥିବା ସୂଚନା ମିଳିଛି। ସୂଚନା ଯୋଗ୍ୟ ଯେ ମାଲ ପରିବହନ ଗାଡ଼ି କୋଭିଡ ପାଇଁ ସମସ୍ୟା ଭୋଗୁଥିବାରୁ ଅବଧି ବଢ଼ାଇଛନ୍ତି ସରକାର।