କିପରି କଟିବ ଆଜି ଆପଣଙ୍କ ଦିନ: ୫/୧/୨୦୨୨

ମେଷ: ସନ୍ତାନର ସୁ-ଖବର ଶୁଣି ଖୁସି ହେବେ । ଦୀର୍ଘଦିନ ଧରି ଲାଗିରହିଥିବା ସମସ୍ୟାର ସମାଧାନ ହେବ । କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ । ଶୁଭ ଖବର ଶୁଣି ଗୃହରେ ଶାନ୍ତ ବାତାବରଣ ଦେଖା ଦେବ । ଶତୃମାନେ ଦୂରେଇ ଯିବା ଫଳରେ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ ଓ ମାନସିକ ଶାନ୍ତି ପାଇବେ ।

ବୃଷ:ସାମାଜିକ ସ୍ତରରେ ପ୍ରଶଂସିତ ହେବେ । କର୍ମକ୍ଷେତ୍ରରେ ସଚ୍ଚୋଟ ଓ ନ୍ୟାୟୀ ବ୍ୟକ୍ତିହିସାବରେ ସମ୍ମାନ ପାଇବେ । ପାରିବାରିକ ସୁଖ ସମ୍ପନ୍ନତା ଲାଭ ହେବ ଏବଂ ଆୟ ମଧ୍ୟ ଉତ୍ତମ ହେବ । ବ୍ୟବସାୟ କ୍ଷେତ୍ରରେ ଦ୍ଵିଗୁଣା ଲାଭ ପାଇବା ସହ ନୂତନ ଦ୍ରବ୍ୟ କ୍ରୟ କରିବେ ।

ମିଥୁନ:ଶିକ୍ଷା ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ । ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି କ୍ଷେତ୍ରରେ ଉନ୍ନତି କରି ପାରିବେ । ଜନ କଲ୍ୟାଣ କାର୍ଯ୍ୟ ଇଛା ଅନୁସାରେ ସମ୍ପନ୍ନ କରିବେ । ଅନେକ କ୍ଷେତ୍ରରେ ପୂର୍ବ ଯୋଜନା ସଫଳତା ହେବ ।

କର୍କଟ:ସ୍ଵାସ୍ଥ୍ୟରେ ଉନ୍ନତି ସହ ଅଧ୍ୟାତ୍ମିକ ତଥା ବୈଷୟିକ ରୁଚି ପୂର୍ତ୍ତି ହେବ । ଗବେଷଣା, ଯୋଗାଯୋଗ ସକାଶେ ଦିନଟି ବହୁତ ଭଲ । କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଙ୍ଗୀତ ପ୍ରଭୃତିରୁ ସୁଫଳ ପାଇବେ । ରାଜନୈତିକ କ୍ଷେତ୍ରରେ ନୂତନ ଦିଗନ୍ତ ସୃଷ୍ଟି କରି ଚର୍ଚ୍ଚିତ ହେବେ ।

ସିଂହ:ଆର୍ଥିକ ସଙ୍କଟ ଦୂରେଇଯିବ । ଧର୍ମାତ୍ମା, ଦେବତା, ସାଧୁସନ୍ଥଙ୍କସେବା ଓ ପରୋପକାର କର୍ମରେ ନିଜକୁ ନିଯୋଜିତ କରିବେ । କର୍ମକ୍ଷେତ୍ରରେ ସହକର୍ମୀ, ଅଧସ୍ତନ କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟ ସାଧନ କରିବେ । ନିକଟ ସମ୍ପର୍କୀୟମାନଙ୍କ କାର୍ଯ୍ୟକଳାପ ଆପଣଙ୍କ ପାଇଁ ସନ୍ତୋଷ ସୃଷ୍ଟି କରିବ ।

କନ୍ୟା:ସନ୍ତାନ ସନ୍ତତି ମାନଙ୍କଖୁସିରେ ଆନନ୍ଦିତ ହେବେ । ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ନୂତନ ବନ୍ଧୁଙ୍କୁ ପାଇ ଖୁସୀହେବେ । ବିଦ୍ୟାକ୍ଷେତ୍ରରେ ପ୍ରଶଂସା ପାଇବେ । ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ ।

ତୁଳା:ସାମାଜିକ ଭାବମୂର୍ତ୍ତି-ସୁରକ୍ଷା ହେବ । ବ୍ୟବସାୟରେ ସାହାଯ୍ୟ ସହଯୋଗ ମିଳିବ । ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବନାହିଁ । କୌଣସି ବିଶିଷ୍ଟ ବ୍ୟକ୍ତିଙ୍କର ସହଯୋଗ ମନୋବଳକୁ ବଢେଇଦେବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ ।

ବିଛା:ସମସ୍ତ କର୍ମ ବହୁତ ସହଜରେ ହିଁ ସମ୍ପନ୍ନ ହେବ । ରୋଜଗାର ସମସ୍ୟା ସୁଧୁରି ଯିବ ଓ ଆୟର ସ୍ରୋତ ଖୋଲିଯିବ । କର୍ମକ୍ଷେତ୍ରରେ ଜବରଦସ୍ତି ଉନ୍ନତି ଓ ନ୍ୟାୟ ମିଳିବ । ବ୍ୟବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତିହେବ । ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ଲାଭବାନ୍ ହେବେ ।

ଧନୁ:ଶତ୍ରୁବାଧା ଦୂରେଇ ଯିବ । ସ୍ଵାସ୍ଥ୍ୟରେ ଉନ୍ନତି ପରି ଲିଖିତ ହେବ । ଜଗାଜମି, ଗୃହ ଉପକରଣ କ୍ରୟ କରିବେ । ଋଣପ୍ରାପ୍ତି ଓ ଋଣମୁକ୍ତିର ରାସ୍ତା ପରିଷ୍କାର ହେବ । ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ । ଉଚ୍ଚଅଧିକାରୀଙ୍କଠାରୁ ସହଯୋଗ ମିଳିବ ।

ମକର:ଶାରିରୀକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ବ୍ୟବସାୟ କ୍ଷେତ୍ରରେ କଠିନ ପରିଶ୍ରମ ଫଳରେ ଆଶାତୀତ ଲାଭ ପାଇବେ । ପିଲାମାନଙ୍କ କାର୍ଯ୍ୟରେ ଖୁସି ହେବେ । କର୍ମକ୍ଷେତ୍ରରେ କ୍ଷମତା ଓ ଶକ୍ତି ବଳରେ ନିଜର ସମୟ ବିତାଇବେ ।

କୁମ୍ଭ:କର୍ମକ୍ଷେତ୍ରରେ ଅଧିକ କାର୍ଯ୍ୟର ଦାୟିତ୍ଵ ନେଇ ଧାଦୌଡ କରିବା ଫଳରେ କଷ୍ଟ ସ୍ଵୀକାର କରିବେ । ଆତ୍ମୀୟ ସ୍ଵଜନଙ୍କ ପାଇଁ ଭୋଗ ବିଳାସଦ୍ରବ୍ୟ ଓ ଗୃହୋପକାରଣ କ୍ରୟକରିବେ । ଧାର୍ମିକ କାର୍ଯ୍ୟରେ ମନ ଲାଗିବ ଏବଂ ତୀର୍ଥଯାତ୍ରା ମଧ୍ୟ କରି ପାରନ୍ତି ।

ମୀନ:ଶରୀର ସୁସ୍ଥ ହେବାର ସମ୍ଭାବନା ଅଛି । ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ । ଜମି ଜମା ସଙ୍କ୍ରାନ୍ତିୟ ପଟ୍ଟା, ଦସ୍ତାବେଜ ଏବଂ ଅନୁବନ୍ଧନ ଆଦିରେ ସଫଳତା ମିଳିବ । ବନ୍ଧୁ ବାନ୍ଧବଙ୍କଦ୍ଵାରା ସମସ୍ୟାର ସମାଧାନ ହୋଇ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ ।