ଆସନ୍ତାକାଲିଠୁ ମାଟ୍ରିକ୍‌ ସମେଟିଭ୍‌-୧ ପରୀକ୍ଷା

ଭୁବନେଶ୍ୱର, ୪/୧: ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ୍‌ ସମେଟିଭ୍‌-୧ ପରୀକ୍ଷା। ୩୦୯୩ କେନ୍ଦ୍ରରେ
୫ ଲକ୍ଷ ୭୬ ହଜାର ୨୨୩ ଛାତ୍ରଛାତ୍ରୀ OMR ସିଟ୍‌ରେ ପରୀକ୍ଷା ଦେବେ। ଅନ୍ୟପକ୍ଷରେ ୩୧୧ ନୋଡାଲ କେନ୍ଦ୍ରକୁ ପଠାଯାଇ ସାରିଛି ପ୍ରଶ୍ନପତ୍ର । କପି ରୋକିବାକୁ ୪ ସ୍ତରୀୟ ସ୍କ୍ବାଡ୍‌ ବ୍ୟବସ୍ଥା ମଧ୍ୟ କରିଛି ବୋର୍ଡ। । କେନ୍ଦ୍ର ଅଧୀକ୍ଷକଙ୍କ ବ୍ୟତୀତ କେହି ରଖିପାରିବେନି ମୋବାଇଲ୍‌ ଫୋନ।  ପ୍ରତିଦିନ କେନ୍ଦ୍ରକୁ ବିଶୋଧନ କରାଯିବା ସହ କୋଭିଡ ନିୟମ ମାନିବା ବାଧ୍ୟତାମୂଳକ ରହିଛି।