ରାଜ୍ୟରେ କୋଭିଡ୍‌ ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୮/୧୧: ରାଜ୍ୟରେ କୋଭିଡ୍‌ ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟିକା ନେବା ଯାଏ କୋଭିଡ ସତର୍କତା ଅବଲମ୍ବନ ଉପରେ ଗୁରୁତ୍ବ ଦିଆଯିବ ବୋଲି ସେ କହିଛନ୍ତି। ମାସକ ଭିତରେ ଆମେରିକାରେ କରୋନା ସଂକ୍ରମଣ ୩ ଗୁଣ ବଢ଼ିଛି ଓ ଦିଲ୍ଲୀରେ କୋଭିଡର ଦ୍ବିତୀୟ ପ୍ରବାହ ଆରମ୍ଭ ହେବା ସତର୍କତାର ବିଷୟ ବୋଲି ସେ କହିଛନ୍ତି।

ଅନ୍ୟପଟେ ଶୀତଋତୁରେ କୋଭିଡ ହସ୍ପିଟାଲର ICU କାର୍ଯ୍ୟକ୍ଷମ ରଖାଯାଇଛି। କରୋନା ସ୍ଥିତିରେ ଦଶମ ଓ +୨ ପରୀକ୍ଷା ପରିଚାଳନାକୁ ଗୁରୁତ୍ବ ଦିଆଯିବା ସହ ଏନେଇ ଆଲୋଚନା କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟକୁ ଆସିବାକୁ ଥିବା କୋଭିଡ ଟିକାର ବଣ୍ଟନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇ କହିଛନ୍ତି ବିପଦସଙ୍କୁଳ ରୋଗୀଙ୍କୁ ଟିକା ଦେବା ପାଇଁ ଫଳପ୍ରଦ ଯୋଜନା କରାଯାଉ।