ବରିଷ୍ଠ IAS ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର, ୨/୧: ରାଜ୍ୟର ବରିଷ୍ଠ IAS ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ରାଜକୁମାର ଶର୍ମା ହୋଇଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ସେ ରାଜ୍ୟ ଔଷଧ ନିଗମର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ତୁୁଲାଇବେ। ସେହିପରି ସଂଜୀବ ଚୋପ୍ରା ହୋଇଛନ୍ତି କୃଷି ଉତ୍ପାଦନ କମିସନର ଓ ଗୃହ ଓ କୃଷି ବିଭାଗର ACS ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ଭାସ୍କରଜ୍ୟୋତି ଶର୍ମା ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଦାୟିତ୍ବ ଓ ସାମାଜିକ ସୁରକ୍ଷା ସହ ମହିଳା ବିଭାଗର ସଚିବ, ଭୂପେନ୍ଦ୍ର ସିଂହ ପୂନିଆ ଇଡ୍‌କୋ ପରିଚାଳନା ନିର୍ଦେଶକ, ରଂଜନା ଚୋପ୍ରା MSME ବିଭାଗର ପ୍ରମୁଖ ସଚିବ, ହେମନ୍ତ ଶର୍ମା ଇଡ୍‌କୋର ଅଧ୍ୟକ୍ଷ, ସୁରେଶ ବଶିଷ୍ଠ ସାଧାରଣ ପ୍ରଶାସନ ବିଭାଗର କମିସନର ତଥା ସଚିବ ଭାବେ ଦାୟିତ୍ୱ ତୁଲାଇବେ।ବିଷ୍ଣୁପଦ ସେଠୀଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ଦାୟିତ୍ୱ ଦିଆଯାଇଛି। ମଧୁସୂଦନ ପାଢ଼ୀଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଓ  ସତ୍ୟବ୍ରତ ସାହୁଙ୍କୁ ମିଳିଲା ରାଜସ୍ୱ ବିଭାଗ ଦାୟିତ୍ୱ ମିଳିଛି।