ପିଏମ୍ କିଷାନ ଯୋଜନାର ଦଶମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧/୧: ଚାଷୀଙ୍କୁ ନୂଆବର୍ଷ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ଚାଷୀମାନଙ୍କ ସହ ଭିଡିଓ କନଫରେନ୍ସ ଯୋଗେ କଥା ହୋଇଛନ୍ତିି ପ୍ରଧାନମନ୍ତ୍ରୀ। ଚାଷୀଙ୍କୁ ପିଏମ୍ କିଷାନ ଯୋଜନାର ଦଶମ କିସ୍ତି ପ୍ରଦାନ କରାଯାଇଛି। ୧୦.୯ କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୨୦ ହଜାର ୯୪୬ କୋଟି ଟଙ୍କା । ସୂଚନାଯୋଗ୍ୟ ଯେ ୨୦୧୮ ଡିସେମ୍ବରରୁ ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ ହୋଇଛି। ଏବେ ସୁଦ୍ଧା ଚାଷୀଙ୍କୁ ଦିଆଗଲାଣି ୧.୬୧ ଲକ୍ଷ କୋଟି ଟଙ୍କା।