ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ କଟକଣା ଲାଗୁ

ଭୁବନେଶ୍ୱର, ୩୧/୧୨: ରାଜ୍ୟରେ କରୋନା ସଂକ୍ରମଣ କମୁଥିଲେ ମଧ୍ୟ ସମସ୍ତଙ୍କ ନିଦ ହଯାଇଛି ଓମିକ୍ରନ। ଏହାରି ମଧ୍ୟରେ ସହରାଞ୍ଚଳରେ ରାତି ୧୦ଟାରୁ ସକାଳ ୫ଟା ଯାଏ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯାଇଛି। ଏହି ସମୟରେ ଜରୁରୀ ସେବାକୁ ବାଦ୍ ଦିଆଯିବ। ପୋଲିସ, ପୌର ପ୍ରଶାସନ, ଡାକ୍ତର, ହସ୍ପିଟାଲ କର୍ମଚାରୀ , ବିଦ୍ୟୁତ୍‌, ଅଗ୍ନିଶମ, ଟେଲିକମ୍‌, ଜଳ ଯୋଗାଣ, ରେଳ କର୍ମଚାରୀ ଏହି କଟକଣାରୁ ମୁକ୍ତ ରହିବେ। ସେହିପରି ଜିଲ୍ଲା/କମିଶନରେଟ ପୋଲିସ ଦ୍ୱାରା ଚିହ୍ନିତ ଗଣମାଧ୍ୟମ କର୍ମଚାରୀ , କୋଭିଡ ଟେଷ୍ଟିଂ ଓ ଟିକାକରଣ କେନ୍ଦ୍ର, ଔଷଧ ଦୋକାନ କର୍ମଚାରୀ, ସବୁ ଶିଳ୍ପାନୁଷ୍ଠାନ, ନିର୍ମାଣ କାର୍ଯ୍ୟ, ରାଜପଥ ପାର୍ଶ୍ୱ ହୋଟେଲ, ପେଟ୍ରୋଲ ପମ୍ପ, ରନ୍ଧନ ଗ୍ୟାସ ଯୋଗାଣ, ହୋମ୍ ଡେଲିଭରି କଟକଣା ରୁ ବାଦ ପଡିବେ।