ଆରପାରିରେ ବିଧାୟକ କିଶୋର ମହାନ୍ତି

ଭୁବନେଶ୍ୱର, ୩୦/୧୨: ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ଘଟିଛି। ତାଙ୍କୁ ମୃତ୍ୟୁ ବେଳକୁ ୬୩ ବର୍ଷ ବୟସ ହୋଇଥିଲା। ହୃଦ୍‌ଘାତରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ସେ ଝାରସୁଗୁଡ଼ାରୁ ୩ ଥର ଓ ବ୍ରଜରାଜନଗର ଆସନରୁ ଥରେ ବିଧାୟକ ହୋଇଥିଲେ। ୨୦୦୮ରୁ ୨୦୦୯ ଯାଏ ବିଧାନସଭାର ବାଚସ୍ପତି ଥିଲେ ।

ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ ପ୍ରକାଶ କରିଛନ୍ତି। ଏହାସହ ଆତ୍ମାର ସଦଗତି କାମନା ସହ ପରିବାରକୁ ସମବେଦନା ଜଣାଇଛନ୍ତି।ଜଣେ ଦକ୍ଷ ନେତା ଓ ଜନପ୍ରତିନିଧି ଭାବେ କାର୍ଯ୍ୟ ପାଇଁ ସେ ସ୍ମରଣୀୟ ରହିବେ ବୋଲିି ସେ କହିଛନ୍ତି।