ଅନ୍‌ଲାଇନରେ ମିଳିବ ଜନ୍ମମୃତ୍ୟୁ ପଞ୍ଜୀକରଣ ପ୍ରମାଣପତ୍ର

ଭୁବନେଶ୍ୱର, ୩୦/୧୨: ଆସନ୍ତା ୧ ତାରିଖରୁ ରାଜ୍ୟରେ ଅନ୍‌ଲାଇନରେ ଜନ୍ମମୃତ୍ୟୁ ପଞ୍ଜୀକରଣ ପ୍ରମାଣପତ୍ର ମିଳିବ। ଏନେଇ ୱେବ୍‌ସାଇଟ୍‌ ମଧ୍ୟ ରହିଛି। birthdeath.odisha.gov.in ୱେବ୍‌ସାଇଟ୍‌ରେ  ପଞ୍ଜୀକରଣ କରିବା ସହ ଜନ୍ମ-ମୃତ୍ୟୁ ପ୍ରମାଣପତ୍ର ପାଇଁ ଆବେଦନ କରିହେବ । ଉଭୟ ସହର ଓ ଗ୍ରାମାଞ୍ଚଳର ସମସ୍ତ ଜନ୍ମ-ମୃତ୍ୟୁ ବିବରଣୀ ଉପଲବ୍ଧ ହେବା ନେଇ ସୂଚନା ରହିଛି।