ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ରସ୍‌ ଟେଲର

ନୂଆଦିଲ୍ଲୀ, ୩୦/୧୨: ଅନ୍ତର୍ଜାତୀୟ କ୍ରିକେଟରୁ ରସ୍‌ ଟେଲର ଆଜି ଅବସର ଘୋଷଣା କରିଛନ୍ତି। ଅଷ୍ଟ୍ରେଲିଆ ଏବଂ ନେଦରଲାଣ୍ଡସ ବିପକ୍ଷ ଦିନିକିଆ ସିରିଜ ପରେ ସେ ଅବସର ନେବେ । ଉଲ୍ଲେଖଯୋଗ୍ୟ  ଯେ ସେ ୨୦୦୬ରେ ଆନ୍ତର୍ଜାତିକ କ୍ରିକେଟ ଜୀବନ ଆରମ୍ଭ କରିଥିଲେ । ଭାରତକୁ ହରାଇ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଜିତିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ରସ ଟେଲର । ଏପର୍ଯ୍ୟନ୍ତ ୪୪୫ଟି ଆନ୍ତର୍ଜାତିକ ମ୍ୟାଚ ଖେଳି ୧୮ ହଜାରରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି ।