ରାଜ୍ୟରେ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨୯/୧୨: ରାଜ୍ୟବାସୀଙ୍କୁ ଘାରିଛି ଓମିକ୍ରନ ଭୟ। ଏହାରିମଧ୍ୟରେ ରାଜ୍ୟରେ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେନ୍ଦୁଝର ଜିଲ୍ଲାର ୩୧ ବର୍ଷୀୟ ଓମିକ୍ରନ ଆକ୍ରାନ୍ତ ଯୁବକ UAE ରୁ ଫେରିଥିବା ସୂଚନା ମିଳିଛି। ଏହାସହ ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ସୂଚନାଯୋଗ୍ୟ ଯେ ଗତ ୨୧ରେ ରାଜ୍ୟରେ ପ୍ରଥମ କରି ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।