ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୮/୧୨: ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି କାର୍ଯ୍ୟକ୍ରମରେ ସେ ସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ମୋ ସରକାର କାର୍ଯ୍ୟକ୍ରମ ଯୋଗୁଁ ସରକାରୀ କର୍ମଚାରୀଙ୍କ ବ୍ୟାବହାରିକ ପରିବର୍ତ୍ତନ ହୋଇଛି। ଲୋକଙ୍କ ମତାମତ ଅନୁସାରେ ଅନେକ ବିଭାଗ ଭଲ ପ୍ରଦର୍ଶନ କରିଛନ୍ତି । ନିରନ୍ତର ଉତ୍ତମ ସେବା ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ନାଗରିକଙ୍କ ଡାଟାବେସ୍‌ ସଦ୍ୟତମ କରିବା ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦିଆଯାଇଛି। ମୋ ସରକାର କାର୍ଯ୍ୟକ୍ରମରେ ୨୮ଟି ବିଭାଗର ୨୨୨ଟି ସେବା ଅନ୍ତର୍ଭୁକ୍ତ ରହିଛି।