ନାଗାଲାଣ୍ଡରୁ ହଟିପାରେ AFSPA

ନୂଆଦିଲ୍ଲୀ, ୨୬/୧୨: ନାଗାଲାଣ୍ଡରୁ ହଟିପାରେ ସଶସ୍ତ୍ର ବାହିନୀ ସ୍ବତନ୍ତ୍ର ଆଇନ କ୍ଷମତା।ଏନେଇ ଗଠିତ ହେବ କେନ୍ଦ୍ରୀୟ କମିଟି। ଏହି କେନ୍ଦ୍ରୀୟ କମିଟିର ସୁପାରିସ କ୍ରମେ AFSPA ପ୍ରତ୍ୟାହାର ନିଷ୍ପତ୍ତି ନିଆଯିବ । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହିପରି ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ ଯେ ଯବାନଙ୍କ ଗୁଳିରେ ନାଗାଲାଣ୍ଡର ମନ୍‌ ଜିଲ୍ଲାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା।