୫ ବର୍ଷରେ ୧୦%କୁ ଖସିବ ଦାରିଦ୍ର୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୬/୧୨: ଆଜି ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଦଳୀୟ କର୍ମୀଙ୍କୁ ଭିସି ଜରିଆରେ ଉଦ୍‌ବୋଧନ ଦେଇଛନ୍ତି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ସାଢ଼େ ଚାରିକୋଟି ଓଡ଼ିଶାବାସୀ ହେଉଛନ୍ତି ବିଜେଡିର ମେରୁଦଣ୍ଡ। ବିଜୁବାବୁ ସଶକ୍ତ ଓ ସମୃଦ୍ଧ ଓଡ଼ିଶାର ସ୍ବପ୍ନ ଦେଖିଥିଲେ। ବିଜେଡି ଆଜି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି।ଦାରିଦ୍ର୍ୟ କମାଇବାରେ ସାରା ଦେଶରେ ଆଗରେ ରହିଛି ଓଡ଼ିଶା। ଓଡ଼ିଶାରେ ଦାରିଦ୍ର୍ୟ ୬୩%ରୁ ୨୯%କୁ କମିଛି। ଆଗାମୀ ୫ ବର୍ଷରେ ରାଜ୍ୟରେ ଦାରିଦ୍ର୍ୟକୁ ୧୦%କୁ ଅଣାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।