ରାଜ୍ୟରେ ଆଉ ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨୬/୧୨: ରାଜ୍ୟରେ ଏବେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ଓମିକ୍ରନ ଚିନ୍ତା ବଢ଼ାଇଲାଣି। ଏହାରିମଧ୍ୟରେ ଆଜି ଓଡ଼ିଶାରୁ ଆଉ ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ନାଇଜେରିଆ ଫେରନ୍ତା ହୋଇଥିବା ବେଳେ ଜଣେ ସାଉଦିଆରବ ଏବଂ ଅନ୍ୟ ଜଣେ ଦୁବାଇ ଫେରନ୍ତା ହୋଇଥିବା ସୂଚନା ମିଳିଛି। ଏହାସହ ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି।