ଜାନୁଆରି ୩ରୁ ଦେଶରେ ୧୫ରୁ ୧୮ ବର୍ଷ ବୟସ ପିଲାଙ୍କ ପାଇଁ ଟିକାକରଣ ଆରମ୍ଭ

ନୂଆଦିଲ୍ଲୀ, ୨୫/୧୨: ଦେଶରେ କୋଭିଡ ସ୍ଥିତି ନେଇ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି। ଏବେ ଦେଶରେ ଓମିକ୍ରନ ବ୍ୟାପିଛି। ତେଣୁ ଜାନୁଆରି ୩ରୁ ଦେଶରେ ୧୫ରୁ ୧୮ ବର୍ଷ ବୟସ ପିଲାଙ୍କ ପାଇଁ ଟିକାକରଣ ଆରମ୍ଭ ହେବ। ସେହିପରି ଜାନୁଆରି ୧୦ରୁ ଦେଶରେ ଦିଆଯିବ ପ୍ରତିଷେଧକ ଟିକା। ସ୍ବାସ୍ଥ୍ୟ କର୍ମୀ, ସମ୍ମୁଖ ଯୋଦ୍ଧା ଓ
୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ଏହି ପ୍ରତିଷେଧକ ଟିକା ଦିଆଯିବ।ଓମିକ୍ରନ ନେଇ ଭୟଭୀତ ନହୋଇ ମାସ୍କର ବ୍ୟବହାର କରି ବାରମ୍ବାର ହାତ ଧୋଇବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।ଦେଶରେ ଖୁବ ଶୀଘ୍ର DNA ଭ୍ୟାକ୍‌ସିନ୍‌ ଆରମ୍ଭ ହେବ ବୋଲି ମଧ୍ୟ ସେ କହିଛନ୍ତି।