ସଂଜୟ ଦାସବର୍ମାଙ୍କ ସହଯୋଗୀଙ୍କ ହତ୍ୟା ମାମଲା: ଗିରଫ ୨ ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର, ୨୫/୧୨:ସଂଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତ ପଲେଇ ହତ୍ୟା ମାମଲାରେ ୨ ଅଭିଯୁକ୍ତ ଗିରଫ ହୋଇଥିଲେ। ଆଜି ସେହି ଗିରଫ ହୋଇଥିବା ୨ ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ଅଭିଯୁକ୍ତ ଜଗନ୍ନାଥ ଷଡ଼ଙ୍ଗୀ ଓ ଅଶୋକ ଉପାଧ୍ୟାୟଙ୍କୁ ରିମାଣ୍ଡରେ ନିଆଯାଇଛି। ଗ୍ରାମ୍ୟ ନ୍ୟାୟାଳୟରେ ୭ ଦିନ ରିମାଣ୍ଡ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ ।

ଉଲ୍ଲେଖଯୋଗ୍ୟ ଯେ ଅନ୍ୟପଟେ ଡିଜିପିଙ୍କ ନିର୍ଦେଶ ପରେ ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରିଥିଲା କ୍ରାଇମବ୍ରାଞ୍ଚ। ଜଣେ ASPଙ୍କ ନେତୃତ୍ବରେ ଗତ ୧୬ ତାରିଖରେ ବ୍ରହ୍ମଗିରିରେ ତଦନ୍ତ ଆରମ୍ଭ ହୋଇଥିଲା।  କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବି କରିଥିଲେ ଚିତ୍ତରଞ୍ଜନଙ୍କ ପରିବାର।