ରାଜ୍ୟ କ୍ୟାବିନେଟ ବୈଠକରେ ୧୩ ପ୍ରସ୍ତାବକୁ ମିଳିଲା ଅନୁମୋଦନ

ଭୁବନେଶ୍ୱର, ୨୪/୧୨: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ୧୩ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଗ୍ରାମାଞ୍ଚଳରେ ଲୋ-ଭୋଲଟେଜ୍ ଦୂର କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି। ୨୬୦ କୋଟି ବ୍ୟୟରେ ଆଠମଲ୍ଲିକ, ମ.ରାମପୁର, ଚିତ୍ତାଳୋ, ଆଗଲପୁରରେ ହେବ ଗ୍ରୀଡ୍‌ ସବଷ୍ଟେସନ୍‌। ୯୯ଟି ୧୧କେଭି ଓ ୬୪ଟି ୩୩କେଭି ଲାଇନ ୩ ବର୍ଷରେ କରାଯିବ । ନିୟମିତ ହେବେ ଶିକ୍ଷା ସହାୟକ। ୩ ହଜାର ୩୨୮ ମଲ୍‌ଟି ଲିଙ୍ଗୁଆଲ ଶିକ୍ଷା ସହାୟକ ନିୟମିତ ହେବେ। ଚାକିରିର ୬ ବର୍ଷ ପରେ ସହକାରୀ ଶିକ୍ଷକର ମାନ୍ୟତା ପାଇବେ ଶିକ୍ଷା ସହାୟକ ।