ଆରପାରିରେ ବରିଷ୍ଠ ନେତା ରାମକୃଷ୍ଣ ପଟ୍ଟନାୟକ

ଭୁବନେଶ୍ୱର, ୨୪/୧୨: ବରିଷ୍ଠ ବିଜେପି ନେତା ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ତାଙ୍କର ପରଲୋକ ନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ରହିଛି । ସେ କୋଦଳା ନିର୍ବାଚନ ମଣ୍ଡଳୀରୁ ୪ ଥର ନିର୍ବାଚିତ ହୋଇଥିଲେ । ଏପରିକି ୧୯୯୬ରୁ ୧୯୯୭ ଯାଏଁ ବିରୋଧର ଦଳ ନେତା ରହିଥିଲେ ରାମକୃଷ୍ଣ । ତେବେ ୨୦୧୪ରେ ରାମକୃଷ୍ଣ ବିଜେପିରେ ସାମିଲ ହୋଇଥିଲେ ।

ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି। ସେ କହିଛନ୍ତି ରାମକୃଷ୍ଣ ଜଣେ ଅଭିଜ୍ଞ ଜନନେତା ଓ ପ୍ରଶାସକ ଥିଲେ। ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଜନସେବାରେ ଯୋଗ ଦେଇଥିଲେ । ଗଞ୍ଜାମ ତଥା ଓଡ଼ିଶାର ବିକାଶରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ଥିଲା ବୋଲିି ମୁଖ୍ୟମନ୍ତ୍ରୀ କହିଛନ୍ତି।