ଲୁଧିଆନା କୋର୍ଟ ପରିସରରେ ବିସ୍ଫୋରଣ, ୨ ମୃତ

ନୂଆଦିଲ୍ଲୀ, ୨୩/୧୨: ପଞ୍ଜାବ ସ୍ଥିତ ଲୁଧିଆନା କୋର୍ଟ ପରିସରରେ ବିସ୍ଫୋରଣ ଘଟିଛି। କୋର୍ଟର ତୃତୀୟ ମହଲାରେ ବିସ୍ଫୋରଣ ହୋଇଥିବାର ସୂଚନା ମିଳିଛି । ଏହି ବିସ୍ଫୋରଣ ରେ ଏକାଧିକ ଆହତ ହୋଇଥିବା ସହ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ବିସ୍ଫୋରଣରେ କେତେ କ୍ଷୟକ୍ଷତି ହୋଇଛି, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନି । ଏହି ବିସ୍ଫୋରଣରେ ଗ୍ରାଉଣ୍ଡ ଫ୍ଲୋରରେ ଥିବା ଯାନବାହନ ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି । ଏହାପରେ ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।