ରାଜ୍ୟରେ ଆଉ ୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨୩/୧୨: ରାଜ୍ୟରେ କରୋନା ସଂକ୍ରମନ କମିଥିଲା ବେଳେ ଏବେ ଚିନ୍ତା ବଢାଇଲାଣି ଓମିକ୍ରନ୍ । ଆଜି ରାଜ୍ୟରେ ଆଉ ୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଛି ଆଇଏଲଏସ୍ । ପୂର୍ବରୁ ମଧ୍ୟ ଆଉ ୨ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାସହ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି।