୯୦୦୦ ରୁଷିଆ ସୈନିକ ନିହତ ନେଇ ଦାବି କଲା ୟୁକ୍ରେନ

ନୂଆଦିଲ୍ଲୀ, ୩/୩:ୟୁକ୍ରେନ ବିପକ୍ଷ ଯୁଦ୍ଧରେ ୯୦୦୦ ରୁଷିଆ ସୈନିକ ନିହତ ହୋଇଛନ୍ତି। ୩୦ ବିମାନ ଓ ୩୧ ହେଲିକପ୍ଟର ନଷ୍ଟ କରିଛି ୟୁକ୍ରେନ୍‌ ସେନା। ସେହିପରି ୨୧୭ ଟ୍ୟାଙ୍କ୍ ଓ ୩୭୪ ଲଢ଼ୁଆ ଯାନ ନଷ୍ଟ କରିଛି ୟୁକ୍ରେନ। ଏନେଇ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରାଳୟ ଦାବି କରିଛି।

ସୂଚନା ଯୋଗ୍ୟ ଯେ ଦିନକୁ ଦିନ ଭୟଙ୍କର ହେଉଛି ୟୁକ୍ରେନ -ରୁଷ ଯୁଦ୍ଧ । ୟୁକ୍ରେନର ଡିପୋକୁ ଉଡାଇଦେଇଛି ଋଷ । ଊଭୟଙ୍କ ଯୁଦ୍ଧକୁ ଦେଖି ସାରାବିଶ୍ୱ ଏବେ ଚିନ୍ତାରେ ଅଛି । କାରଣ ତୃତୀୟ ବିଶ୍ୱଯୁଦ୍ଧ ହେବାର ଆଶାଙ୍କା ରହିଛି । ସେପଟେ ୟୁକ୍ରେନ ହାର ମାନିବ ନାହିଁ ବୋଲି ସଫା ସଫା କହିଦେଇଛି ।