ଆହୁରି ବଢିବ ତାପମାତ୍ରା, ୯ଜିଲ୍ଲା ରୁହନ୍ତୁ ସାବଧାନ

ଭୁବନେଶ୍ୱର, ୧/୩: ରାଜ୍ୟରେ ଦିନକୁ ଦିନ ତାତି ଖରା ସାଙ୍ଗକୁ ତାପମାତ୍ରା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଆଗାମୀ ୨୪ ଘଣ୍ଟାରେ ୯ ଜିଲ୍ଲାରେ ୫ ଡିଗ୍ରୀ  ଦିନର ତାପମାତ୍ରା ବଢିବ ବୋଲି ସୂଚନା ମିଳିଛି।  ୯ ଜିଲ୍ଲା ଗୁଡିକ ଖୋର୍ଦ୍ଧା, କଟକ, ଅନୁଗୁଳ, ବୌଦ୍ଧ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ ଓ ନୟାଗଡ଼। ତେଣୁ ଜରୁରୀ କାର୍ଯ୍ୟ ନଥିଲେ ଦିନ ୧୧ଟାରୁ ୩ଟା ଯାଏ ଖରାକୁ ନଯିବା ଲାଗି ଲୋକଙ୍କୁ ପରାମର୍ଶ ଦିଆଯାଇଛି।