ରାଜ୍ୟରେ ୯୮% ଓମିକ୍ରନରେ ଆକ୍ରାନ୍ତ

ଭୁବନେଶ୍ୱର, ୧୦/୨: ରାଜ୍ୟରେ ଏବେ କରୋନା ସଂକ୍ରମଣ କମିଥିଲେ ସମ୍ପୂର୍ଣ୍ଣ ଯାଇନି। ଏହାସହ କରୋନାର ନୂଆ ପ୍ରଜାତି ଓମିକ୍ରନର ଭୟ ଘାରିଛି। ଏହାରିମଧ୍ୟରେ ILSର ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି ଯେ ରାଜ୍ୟରେ ୯୮% ଓମିକ୍ରନରେ ଆକ୍ରାନ୍ତ। ସୂଚନା ଯୋଗ୍ୟ ଯେ ୨୪୧ଟି ନମୂନାକୁ ନେଇ ଅନୁଧ୍ୟାନ କରିଥିଲା ILS। ୨୪୧ ନମୂନା ଭିତରୁ ୨୩୫ଟି ଓମିକ୍ରନ ଏବଂ ମାତ୍ର ୬ଟି ଡେଲଟା ଭୂତାଣୁ ଚିହ୍ନଟ ହୋଇଥିଲେ। ଜାନୁଆରି ୨୭ରୁ ଫେବ୍ରୁଆରି ୪ ମଧ୍ୟରେ ପରୀକ୍ଷା ହୋଇଥିଲା।