ଥରୁଛି ଓଡିଶା, ୧୨ ଡିଗ୍ରୀ ତଳେ ରାଜ୍ୟର ୯ଟି ସହର

ଭୁବନେଶ୍ୱର, ୧୯/୧୨: ଶୀତରେ ଥରୁଛି ଓଡିଶା। ରାଜ୍ୟର ୯ଟି ସହରର ରାତ୍ରି ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଛି। ୮.୫ ଡିଗ୍ରୀ ସହ ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା ସହର ହୋଇଥିବା ବେଳେ
ବଲାଙ୍ଗିର ୯ ଡିଗ୍ରୀ, କୋରାପୁଟ ଓ ଫୁଲବାଣୀ ତାପମାତ୍ରା ୯.୫ ଡିଗ୍ରୀ ରହିିଛିିି । ସେହିପରି ସୁନ୍ଦରଗଡ଼ ୧୦ ଡିଗ୍ରୀ, ଟିଟିଲାଗଡ଼ ଓ ସୋନପୁରରେ ୧୦.୮ ଡିଗ୍ରୀ, ଝାରସୁଗୁଡ଼ା ୧୧.୨ ଡିଗ୍ରୀ, ଭବାନୀପାଟଣାରେ ୧୧.୬ ଡିଗ୍ରୀ ରହିଛି। ଅନ୍ୟପଟେ କଟକ ୧୫ ଡିଗ୍ରୀ ଓ ଭୁବନେଶ୍ୱର ତାପମାତ୍ରା ୧୫.୧ ଡିଗ୍ରୀ ରେକର୍ଡ କରାଯାଇଛି।