ବିଜାପୁରରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ, ୮ ନକ୍ସଲ ନିପାତ

ଭୁବନେଶ୍ବର, ୧/୦୨: ନକ୍ସଲ ପ୍ରଭାବିତ ଛତିଶଗଡର ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏହି ଗୁଳିବିନିମୟ ବେଳେ ୮ ଜଣ ନକ୍ସଲ ନିପାତ ହୋଇଛି । ମୃତ ନକ୍ସଲମାନଙ୍କ ଶବକୁ ସୁରକ୍ଷାକର୍ମୀମାନେ ନେଇ ଆସିଛନ୍ତି । ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି । ସୂଚନା ମୁତାବକ ଏହି ଅପରେଶନରେ ଡିଆରଜି, ଏସଟିଏଫ୍ ଯବାନ ସାମିଲ ଅଛନ୍ତି । ବିଜାପୁର ଜିଲ୍ଲାର ଗଙ୍ଗାଲୁ ଥାନା କ୍ଷେତ୍ର ତୋଡକା ଅଞ୍ଚଳରେ ଏହି ଅପରେଶନ ଜାରି ରହିଛି । ମୃତ ନକ୍ସଲଙ୍କ ନିକଟରୁ କିଛି  ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।

Leave a Reply

Your email address will not be published. Required fields are marked *