ଓମିକ୍ରନ ମୁକାବିଲା ନେଇ ୮ ରାଜ୍ୟକୁ ସତର୍କ କଲା କେନ୍ଦ୍ର

ନୂଆଦିଲ୍ଲୀ, ୩୦/୧୨: ଦେଶରେ ଏବେ ଘାରିଛି ଓମିକ୍ରନ ଭୟ। ଦିନକୁ ଦିନ ଏହି ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଓମିକ୍ରନ ମୁକାବିଲା ପାଇଁ ୮ ରାଜ୍ୟକୁ ସତର୍କ କରିଛି କେନ୍ଦ୍ର । ସେହି ୮ ରାଜ୍ୟ ଗୁଡିକ ହେଉଛି ଦିଲ୍ଲୀ, ହରିୟାଣା, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ, ଏବଂ ଝାଡ଼ଖଣ୍ଡ। ଏନେଇ ୮ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି। ଟେଷ୍ଟିଂ, ହସ୍ପିଟାଲରେ ବେଡ୍‌ କ୍ଷମତା/ପ୍ରସ୍ତୁତି ଟିକାକରଣ ବୃଦ୍ଧି ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି।