ମହିଳା ହକି କ୍ୟାମ୍ପରେ ସ୍ଥାନ ପାଇଲେ ୮ ଓଡ଼ିଆ

ଭୁବନେଶ୍ୱର, ୨୭/୧୨: ମହିଳା ସିନିଅର ଜାତୀୟ ହକି କ୍ୟାମ୍ପ ପାଇଁ ହକି ଇଣ୍ଡିଆ ତରଫରୁ ୬୦ ଜଣିଆ ଦଳ ଘୋଷଣା କରାଯାଇଛି। ଏହି ମହିଳା ହକି କ୍ୟାମ୍ପରେ ସ୍ଥାନ ପାଇଛନ୍ତି ୮ ଓଡ଼ିଆ। ଓଡିଶାରୁ ସାମିଲ ହୋଇଥିବା ୮ ଜଣ ଖେଳାଳି ହେଉଛନ୍ତି ଦୀପଗ୍ରେସ ଏକ୍କା, ନିଲିମା ମିଞ୍ଜ, ରଶ୍ମିତା ମିଞ୍ଜ, ନମିତା ଟପ୍ପୋ, ମାରିଆନା କୁଜୁର, ଆଜମିନା କୁଜୁର, ଜୀବନ କିଶୋରୀ ଟପ୍ପୋ ଏବଂ ଦୀପ୍ତି ଲାକ୍ରା ସାମିଲ।