ଭୁବନେଶ୍ୱର,୨୧/୦୪: ଛତିଶଗଡ଼ ପରେ ଝାଡଖଣ୍ଡରେ ମଧ୍ୟ ଜୋରଦାର ହୋଇଛି ମାଓ ଅପରେସନ । ବୋକାରୋରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଲାଲପନିଆ ଅଞ୍ଚଳର ଲୁଗୁ ପାହାଡରୁ ୮ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆକଳନ କରାଯାଉଛି । ଏନକାଉଣ୍ଟରସ୍ଥଳରୁ ଏସଏଲଆର ଓ ଇନସାସ ବନ୍ଧୁକ ଜବତ ହୋଇଛି । ଗୁଇନ୍ଦା ସୂଚନା ମିଳିବା ପରେ ୨୦୯ କୋବ୍ରା ଯବାନ ଓ ଝାଡଖଣ୍ଡ ପୁଲିସ ପକ୍ଷରୁ ଏହି ଅପରେସନ କରାଯାଇଥିଲା ।