ରାଜ୍ୟ କ୍ୟାବିନେଟରେ ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ନିଷ୍ପତ୍ତି ଲାଗୁ

ଭୁବନେଶ୍ୱର, ୩୧/୧୨: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ଏହି ବୈଠକରେ ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ନିଷ୍ପତ୍ତି ଲାଗୁ ହୋଇଛି। ଏଡେଡ୍ ବେସରକାରୀ ହାଇସ୍କୁଲ ଓ କଲେଜ, ଉଚ୍ଚପ୍ରାଥମିକ ସ୍କୁଲର ଉଭୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନୂତନ ବେତନ ପାଇବେ। ଜାନୁଆରୀ ୧ ରୁ ନୂତନ ବର୍ଦ୍ଧିତ ବେତନ ଲାଗୁ ହେବ। ୨୬ ହଜାର ସ୍କୁଲ ଶିକ୍ଷକ ଓ ୧୬, ୬୬୪ କଲେଜ ଶିକ୍ଷକ ଉପକୃତ ହେବେ।