ନଦୀରେ ବୁଡିଗଲେ ୭ ନାବାଳିକା

ଭୁବନେଶ୍ୱର,୬/୬: ତାମିଲନାଡୁ କୁଡାଲୋର ଜିଳ୍ଲାରେ ଘଟିଛି ଏକ ଦୁଃଖଦ ଘଟଣା । ନଦୀରେ ଗାଧୋଇବା ବେଳେ ୭ଜଣ ନାବାଳିକା ବୁଡିଯାଇ ପ୍ରାଣ ହରାଇଛନ୍ତି । ନେଲିକୁପମ୍ ଅଞ୍ଚଳର ୭ଜଣ ନାବାଳିକା ଗେଡିଲାମ ନଦୀର ଏକ ଚେକ୍ ହ୍ୟାମରେ ଗାଧୋଉଥିବାବେଳେ ଗଭୀର ଜଳ ଖସିଯାଇଥିଲେ । ଡ୍ୟାମ ପାଣିର ସ୍ରୋତ ପ୍ରଖର ଥିବାରୁ ସେଥିରେ ଆଖିପିଛୁଳାକେ ଭାସିଯାଇଥିଲେ ୭ଜଣ ନାବାଳିକା । ସମସ୍ତଙ୍କ ମୃତ ନାବାଳିକାଙ୍କ ବୟସ ୧୦ରୁ ୧୮ ବର୍ଷ ମଧ୍ୟରେ ଥିବା ଜଣାପଡିଛି । ମୃତକଙ୍କ ନାମ ଏ. ମୋନିଶା, ୧୬ ବର୍ଷବୟସ୍କା ଏମ୍ ନାଭାନୀତା, ୧୮ ବର୍ଷବୟସ୍କା କେ ପ୍ରିୟା, ୧୮ ବର୍ଷବୟସ୍କା ଏସ୍ ସାଙ୍ଗଭି, ୧୬ ବର୍ଷବୟସ୍କା ଆର ଦିବ୍ୟା ଦରଶିନି, ୧୦ ବର୍ଷବୟସ୍କା ତାଙ୍କ ଭଉଣୀ ୧୬ ବର୍ଷବୟସ୍କା ଆର ପ୍ରିୟଦର୍ଶିନୀ ଏବଂ ୧୮ ବର୍ଷବୟସ୍କା ଏମ୍ କୁମୁଧା ବୋଲି ଜଣାପଡିଛି। ଶବଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ କୁଡାଲୋର ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଛି।