Hirakud update: ଖୋଲିଲା ହୀରାକୁଦର ୭ଟି ଗେଟ, ଆହୁରି ଗେଟ ଖୋଲାଯିବା ନେଇ ସୂଚନା

ଭୁବନେଶ୍ୱର,୨୮/୦୭: ଖୋଲିଲା ହୀରାକୁଦର ୭ଟି ଗେଟ। ଗେଟ ଖୋଲିବା ପରେ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସିତ ହେଉଛି । ପର୍ୟ୍ୟାୟ କ୍ରମେ ଆଜି ୨୦ଟି ଗେଟ୍ ଖୋଲାଯିବ ବୋଲି ସୂଚନା ମିଳିଛି । ସକାଳ ୯ଟା ୩୦ ମିନିଟରେ ପୂଜାର୍ଚ୍ଚନା ପରେ ପ୍ରଥମ ପର୍ୟ୍ୟାୟରେ ୭ଟି ଗେଟ ଖୋଲାଯାଇଛି । ମଧ୍ୟାହ୍ନ ୧୨ଟା ୩୦ରେ ୬ଟି ଗେଟ ଖୋଲାଯିବ ।ଅପରାହ୍ନ ୨ଟା ୩୦ ମିନିଟରେ ବାକି ସମସ୍ତ ଗେଟ ଖୋଲାଯିବ ବୋଲି ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ହୀରାକୁଦର ଛଡ଼ାଯାଇଥିବା ବନ୍ୟାଜଳ ଆସନ୍ତାକାଲି ସକାଳେ ଖଇରାମାଲରେ ପହଂଚିବ । ସେହିପରି ୩୦ ତାରିଖ ସକାଳେ ପହଞ୍ଚିବ ମୁଣ୍ଡଳିଠାରେ ପହଂଚିବ ପ୍ରଥମ ବର୍ଷା ଜଳ ।

ସେପଟେ ମହାନଦୀରେ ହୀରାକୁଦ ଜଳଭଣ୍ଡାରୁ ବନ୍ୟାଜଳ ଛଡ଼ାଯାଇଥିବାରୁ ତଳମୁଣ୍ଡରେ ଥିବା ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଏସଆରସି କହିଛନ୍ତି । ସମ୍ୱଲପୁର, ସୋନପୁର, ନୟାଗଡ଼, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାର ଜିଲ୍ଲାପାଳଙ୍କୁ ସତର୍କ କରିଛନ୍ତି ଏସଆରସି । ନଦୀ କୂଳିଆ ଅଂଚଳ ବାସୀଙ୍କୁ ସୁରକ୍ଷିତ ଓ ଉଚ୍ଚ ସ୍ଥାନକୁ ଯିବାକୁ ଡ୍ୟାମ କର୍ତ୍ତୃପକ୍ଷଙ୍କ ପରାମର୍ଶ।