ଜେରୁସେଲମର ସାଇନାଗୋଗ୍ୟୁ ସହରରେ ଆଖିବୁଜା ଗୁଳିମାଡ଼, ୭ ମୃତ

ନୂଆଦିଲ୍ଲୀ,୨୮/୧: ଇସ୍ରାଏଲ ରାଜଧାନୀ ଜେରୁସେଲମର ସାଇନାଗୋଗ୍ୟୁ ସହରରେ ଆତତାୟୀର ଆଖିବୁଜା ଗୁଳିମାଡ଼ରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ୧୦ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ସେପଟେ ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ଆତତାୟୀ ନିହତ ହୋଇଥିବା ସୂଚନା ମିଳିଛି । ସାଇନାଗୋଗ୍ୟୁ ସହରରେ ଥିବା ୟେହୁଦୀ ମନ୍ଦିରରେ ଏହି ଗୁଳିକାଣ୍ଡ ହୋଇଛି । ବନ୍ଧୁକଧାରୀ ଆତତାୟୀ ଜଣକର ଆଖିବୁଜା ଗୁଳିଚାଳନାରେ ୭ଜଣ ଆଖିବୁଜିଛନ୍ତି । ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି ଇସ୍ରାଏଲ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।