ଉତ୍ତରକାଶୀରେ ବସ ଦୁର୍ଘଟଣାଗ୍ରସ୍ତ, ୭ମୃତ

ନୂଆଦିଲ୍ଲୀ,୨୦/୦୮: ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବସ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି। ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏକ ଘାଟି ତଳକୁ ବସ ଖସିପଡିଛି। ମିଳିଥିବା ସୂଚନା ମୁତାବକ ଏହି ବସ୍‌ରେ ୩୩ଜଣ ଯାତ୍ରୀ ଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ସମେତ ଏନଡିଆରଏଫ ଟିମ୍ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି | ସୂଚନା ଅନୁଯାୟୀ, ଆଜି ଅପରାହ୍ନ ପ୍ରାୟ ୪ଟା୧୫ ସମୟରେ ଗୁଜୁରାଟର ୩୩ଜଣ ତୀର୍ଥଯାତ୍ରୀଙ୍କୁ ନେଇ ବସ୍ ଗଙ୍ଗୋତ୍ରୀରୁ ଉତ୍ତରକାଶୀ ଆଡକୁ ଯାଉଥିଲା। ତେବେ ଗଙ୍ଗନାନି ନିକଟରେ ବସଟି ନିୟନ୍ତ୍ରଣ ହରାଇ ଘାଟି ତଳକୁ ଖସିପଡିଥିଲା ।